ତା ୧୩.୦୭.୨୦୨୬ ରିଖରେ କମିଶନରେଟ ପୋଲିସ, ଭୁବନେଶ୍ୱର-କଟକ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ପାଇଁ ସାଇବର ଅପରାଧ ସଚେତନତା, ସଡ଼କ ସୁରକ୍ଷା ସଚେତନତା ଏବଂ ନୂତନ ଅପରାଧିକ ଆଇନ ସମ୍ପର୍କିତ ସଚେତନତା ଉପରେ ଏକ ଅର୍ଦ୍ଧ ଦିବସୀୟ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଡ଼ଃ ଏସ୍. ଦେବ ଦତ୍ତ ସିଂହ, IPS, ପୋଲିସ କମିଶନର, ଭୁବନେଶ୍ୱର-କଟକ ଓ ଶ୍ରୀ ନରସିଂହ ଭୋଳ, IPS, ଅତିରିକ୍ତ ପୋଲିସ କମିଶନର, ଭୁବନେଶ୍ୱର-କଟକ ଉଦ୍ଘାଟନ କରିଥିଲେ । ସେମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବରିଷ୍ଠ ନାଗରିକମାନଙ୍କୁ ଡିଜିଟାଲ ଯୁଗରେ ସୁରକ୍ଷିତ ରହିବା, ଆଇନ ସମ୍ପର୍କରେ ସଚେତନ ହେବା ଏବଂ ସଡ଼କ ସୁରକ୍ଷା ନିୟମ ପାଳନ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
