କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ବର UPD ଏବଂ କଟକ UPD ପୋଲିସ ଅଧିକାରୀଙ୍କ ପାଇଁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ! କମିଶନରେଟ୍ ପୋଲିସ,ଭୁବନେଶ୍ୱର-କଟକ ପକ୍ଷରୁ ତା୦୯/୦୬/୨୦୨୬ ରିଖରେ ପୋଲିସ ଅଧିକାରୀମାନଙ୍କ ପାଇଁ "Departmental Proceeding" ଶୀର୍ଷକ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ କରାଯାଇଥିଲା। ଅତିରିକ୍ତ ଆରକ୍ଷୀ ଆୟୁକ୍ତ ଶ୍ରୀ ନରସିଂହ ଭୋଳଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ, ଓଡ଼ିଶା ସରକାରଙ୍କ କାର୍ଯ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ହେମନ୍ତ କୁମାର ପାଢୀ, IAS (Retd.) ବିଶେଷଜ୍ଞ ଭାବେ ଯୋଗଦେଇ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । କମିଶନରେଟ୍ ପୋଲିସର ସୂଚନା ପ୍ରଯୁକ୍ତିବିଦ୍ୟା ଓ ସାମାଜିକ ଗଣମାଧ୍ୟମ ବିଭାଗ ତରଫରୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିଲା ।
