କମିଶନରେଟ୍ ପୋଲିସ ଭୁବନେଶ୍ୱର-କଟକ ତରଫରୁ ୨୦ ମଇ ୨୦୨୬ ରେ ପୋଲିସ କମିଶନର ଡଃ.ଏସ୍ ଦେବ ଦତ୍ତ ସିଂହ ଓ ଅତିରିକ୍ତ ପୋଲିସ କମିଶନର ଶ୍ରୀଯୁକ୍ତ ନରସିଂହ ଭୋଳ ଙ୍କ ଉପସ୍ଥିତିରେ We Care Saathi — SOS ଏବଂ Sarai 2.0 Application ର ଉନ୍ମୋଚନ କରାଯାଇଛି । We Care Saathi — SOS- Application ଏହି ଡିଜିଟାଲ୍ ଆପ୍ଟି ସ୍ୱତନ୍ତ୍ର ଭାବେ ମହିଳା ତଥା ଅନ୍ୟମାନଙ୍କ ଆପତ୍କାଳୀନ ସମୟରେ ତୁରନ୍ତ ସହାୟତା ଓ ସୁରକ୍ଷା ପ୍ରଦାନ କରିଥାଏ । Sarai 2.0 Application-ଏହି ଡିଜିଟାଲ୍ ଆପ୍ଟି ହୋଟେଲ୍, ଲଜ୍, ଗେଷ୍ଟ ହାଉସ୍ ଓ ହୋମ୍ଷ୍ଟେରେ ଅତିଥିଙ୍କ ତଥ୍ୟକୁ ତୁରନ୍ତ ପୋଲିସ୍ଙ୍କୁ ପହଞ୍ଚାଇବାର ସୁବିଧା ଦେଇଥାଏ।
