ଆଜି ୨୪.୦୬.୨୦୨୬ ତାରିଖରେ ସବ୍-ଇନ୍ସପେକ୍ଟର (SI) / ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) ମାନଙ୍କ ପାଇଁ “ପ୍ରାରମ୍ଭିକ ପ୍ରଶିକ୍ଷଣ” ବିଷୟରେ ଆୟୋଜିତ ଏକ ଦିନିଆ ଇନ୍-ସର୍ଭିସ୍ ଟ୍ରେନିଂ ପ୍ରୋଗ୍ରାମ୍କୁ ଡଃ ଏସ୍. ଦେବ ଦତ୍ତ ସିଂହ, IPS, ପୋଲିସ କମିଶନର, ଭୁବନେଶ୍ୱର-କଟକ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ନରସିଂହ ଭୋଳ, IPS, ଅତିରିକ୍ତ ପୋଲିସ କମିଶନର, ଭୁବନେଶ୍ୱର-କଟକ ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପୋଲିସ ଅଧିକାରୀମାନଙ୍କର ବୃତ୍ତିଗତ ଦକ୍ଷତା, କାର୍ଯ୍ୟକ୍ଷମତା ଏବଂ ଉତ୍ତମ ପୋଲିସିଂ ପ୍ରଣାଳୀକୁ ଆହୁରି ସୁଦୃଢ଼ କରିବା।
